Pic Courtesy : google.com
ଭାରତୀୟ ସିନେମା ଜଗତରେ ଇତିହାସ ରଚିଛି ଫିଲ୍ମ ‘ଏମଏସ୍ ଧୋନୀ - ଦ ଅନଟୋଲ୍ଡ ଷ୍ଟୋରୀ’ । ଗତ ସେପ୍ଟେମ୍ବର ୩୦ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଏ ପର୍ଯ୍ୟନ୍ତ ପ୍ରାୟ ୧୧୭ କୋଟି ଟଙ୍କା ଆୟ କରି ସାରିଛି । ଯାହା ଆଜି ଯାଏ ସବୁଠାରୁ ଅଧିକ ରୋଜଗାର କରିଥିବା ବାୟୋପିକ୍ ଭାବରେ ରେକର୍ଡ କରିଛି । ଏଥିରୁ ପ୍ରମାଣିତ ହେଉଛି ଲୋକେ ମାହୀଙ୍କୁ କେତେ ଭଲପାଆନ୍ତି ବୋଲି କହିଛନ୍ତି ଫକ୍ସ ଷ୍ଟାର୍ ମୁଖ୍ୟ ବିଜୟ ସିଂ ।
ଭାରତୀୟ କ୍ରିକେଟର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଧୋନୀଙ୍କ ଗାଁ ରାସ୍ତାଠାରୁ ଆରମ୍ଭ କରି ଅଧିନାୟକ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାକୁ ଦର୍ଶାଯାଇଛି । ଫିଲ୍ମରେ ମୁଖ୍ୟ ଚରିତ୍ର ଧୋନୀଙ୍କ ଭୂମିକାରେ ସୁଂଶାନ୍ତ ସିଂ ରାଜପୁତ୍ ଅଭିନୟ କରିଥିବା ବେଳେ, ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି କିଆରା ଆଡ଼ଭାନୀ, ଦିଶା ପଟାନି, ଅନୁପମ୍ ଖେର୍ ଏବଂ ଭୂମିକା ଚାୱଲା ।
Follow Us